Advertisement
trendingPhotos1204492
photoDetails1hindi

ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ? ଲାଇଭ୍ କନ୍ସର୍ଟ ପରେ କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ଏହି ୫ଟି ବଡ଼ ପ୍ରଶ୍ନ

KK Death Mystery: ଡାକ୍ତର କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଆଶଙ୍କା କରୁଛନ୍ତି । ତେବେ ବଲିଉଡ ଗାୟକ କେକେଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । କେକେଙ୍କ ମୃତ୍ୟୁ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି, ଯେଉଁଥିରେ ତାଙ୍କ ମୃତ୍ୟୁ ସ୍ୱାଭାବିକ ହେବାର ସମ୍ଭାବନା ଉପରେ ସନ୍ଦେହ ଉପୁଜିଛି । କେକେଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରୀକ୍ଷା ପରେ ହିଁ ଜଣାପଡିବ ।

1/7

ନୂଆଦିଲ୍ଲୀ: KK Death Mystery: ବଲିଉଡର ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ (Krishnakumar Kunnath) ଙ୍କୁ ତାଙ୍କ ପ୍ରଶଂସକମାନେ କେକେ (Bollywood Singer KK) ନାମରେ ଜାଣନ୍ତି । ମଙ୍ଗଳବାର ବିଲମ୍ୱିତ ରାତିରେ ତାଙ୍କର କୋଲକାତାରେ ଦେହାନ୍ତ ହୋଇଛି । ମୃତ୍ୟୁ ସମୟରେ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । କୋଲକାତାର ଏକ କଲେଜରେ ଆୟୋଜିତ  କାର୍ଯ୍ୟରେ ପ୍ରଦର୍ଶନ କରିବାକୁ କେକେ ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ଲାଇଭ୍ ଶୋ' ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ପ୍ରାୟ ଏକ ଘଣ୍ଟା ଗୀତ ଗାଇବା ପରେ କେକେ ତାଙ୍କ ହୋଟେଲରେ ପହଞ୍ଚି ଥିଲେ ଓ ସେଠାରେ ସେ ତଳେ ପଡ଼ିଯାଇଥିଲେ । ଏହା ପରେ କେକେଙ୍କୁ ଦକ୍ଷିଣ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲୋ ।

2/7

କିନ୍ତୁ ଡାକ୍ତରଖାନାରେ ଚିକିତ୍ସା ପୂର୍ବରୁ କେକେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଡାକ୍ତର କେକେଙ୍କ ମୃତ୍ୟୁର କାରଣ ହୃଦଘାତ ବୋଲି ଆଶଙ୍କା କରୁଛନ୍ତି । ତେବେ ବଲିଉଡ ଗାୟକ କେକେଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । କେକେଙ୍କ ମୃତ୍ୟୁ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି, ଯେଉଁଥିରେ ତାଙ୍କ ମୃତ୍ୟୁ ସ୍ୱାଭାବିକ ହେବାର ସମ୍ଭାବନା ଉପରେ ସନ୍ଦେହ ଉପୁଜିଛି । କେକେଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରୀକ୍ଷା ପରେ ହିଁ ଜଣାପଡିବ । ସନ୍ଦେହଜନକ ପରିସ୍ଥିତିରେ କେକେଙ୍କ ମୃତ୍ୟୁ ପଛରେ କେଉଁ କାରଣଗୁଡିକ ରହିଛି, ଆସନ୍ତୁ ଜାଣିବା..

 

ଆୟୋଜକଙ୍କ ଉପରେ ଉଠୁଛି ପ୍ରଶ୍ନ

3/7
ଆୟୋଜକଙ୍କ ଉପରେ ଉଠୁଛି ପ୍ରଶ୍ନ

କେକେଙ୍କ ମୃତ୍ୟୁ ପଛର ସବୁଠାରୁ ବଡ଼ କାରଣ ଶୋ'ର ଆୟୋଜକଙ୍କ ଦ୍ୱାରା ଶୋ'ର ଭୁଲ୍ ପରିଚାଳନା ବୋଲି କୁହାଯାଉଛି । କନସର୍ଟରେ ପ୍ରାୟ ୫୦୦୦ ଲୋକ ଏହି ପହଞ୍ଚିଥିଲେ, କିନ୍ତୁ ଯେଉଁଠାରେ କନ୍ସର୍ଟ ଚାଲିଥିଲା, ସେଠାରେ କେବଳ ୨୦୦୦-୨୫୦୦ ଲୋକଙ୍କ କେପାସିଟି ଅଛି । ଭିଡ଼କୁ ଅଲଗା କରିବା ପାଇଁ ଗ୍ୟାସ୍ ମଧ୍ୟ ବ୍ୟବହୃତ ହୋଇଥିଲା, ତଥାପି କିଛି ଲୋକ ଜବରଦସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ପ୍ରବେଶ କରିଥିଲେ । ପଶ୍ଚିମବଙ୍ଗର ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ଏନେଇ ପ୍ରଶ୍ନ ଉଠାଇଛନ୍ତି । କେକେଙ୍କ ମୃତ୍ୟୁକୁ ନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି କାର୍ଯ୍ୟକ୍ରମର ଆୟୋଜନ ଠିକ୍ ଭାବେ ହୋଇ ନଥିଲା ବୋଲି ଦିଲୀପ ଘୋଷ କହିଛନ୍ତି । ଏହାର ତଦନ୍ତ କରାଯିବା ଉଚିତ୍ । ସେ କହିଛନ୍ତି ଯେ କେକେଙ୍କୁ ବିନା ଏସିରେ ଏତେ ଭିଡ଼ରେ କାମ କରିବାକୁ ପଡ଼ିଛି ।

ମୁଣ୍ଡରେ ଆଘାତର ଚିହ୍ନ

4/7
ମୁଣ୍ଡରେ ଆଘାତର ଚିହ୍ନ

ଏହାପୂର୍ବରୁ କେକେଙ୍କ ମୃତ୍ୟୁର କାରଣକୁ ହୃଦଘାତ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ କେକେଙ୍କ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି । ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି କେକେଙ୍କ ସହିତ ସବୁବେଳେ କିଛି ଲୋକ ଥାଆନ୍ତି । ଶୋ’ରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ସେତେବେଳେ ତାଙ୍କ ଆଖପାଖର ଲୋକମାନେ ତାଙ୍କୁ ହୋଟେଲକୁ ନେଇଯାଇଥିବେ ନିଶ୍ଚୟ । ଏପରି ପରିସ୍ଥିତିରେ କେକେଙ୍କ ମୁଣ୍ଡରେ ଆଘାତ ଚିହ୍ନ ରହିବା ସନ୍ଦେହ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ଆୟୋଜନ ସ୍ଥଳରୁ ହୋଟେଲ ପର୍ଯ୍ୟନ୍ତ ପହଞ୍ଚିବା ମଝିରେ କ’ଣ ଘଟିଥିଲା ​​ଯେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି କୁହାଯାଉଛି । ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କେକେଙ୍କ ପୋଷ୍ଟମର୍ଟମ ଆଜି ଡାକ୍ତରଖାନାରେ କରାଯିବ । ଯାହା ପରେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ମୁହଁରେ ମଧ୍ୟ ଲାଗିଥିଲା ଆଘାତ

5/7
ମୁହଁରେ ମଧ୍ୟ ଲାଗିଥିଲା ଆଘାତ

ବର୍ତ୍ତମାନ ପର୍ଯ୍ୟନ୍ତ କେକେଙ୍କ ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ବାହାରକୁ ଆସୁଛି ତାହା ଅନୁସାରେ ହୃଦଘାତ ଯୋଗୁଁ ତାଙ୍କ ନିଧନ ଘଟିଛି । କିନ୍ତୁ ବର୍ତ୍ତମାନ କେକେଙ୍କ ମୃତ୍ୟୁ ବିଷୟରେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଅନୁସାରେ ଏହା ଏକ ଅପ୍ରାକୃତିକ ଉପାୟରେ ଘଟିଛି । କେକେଙ୍କ ମୁହଁରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏହି କଥା କେକେ ପ୍ରଶଂସକଙ୍କୁ ଚିନ୍ତିତ କରିପାରେ, ଯେଉଁଥିରେ କୁହାଯାଉଛି ଯେ ତାଙ୍କ ମୁହଁ ଓ ଓଠରେ ଆଘାତ ଚିହ୍ନ ଅଛି । କେକେଙ୍କ ଏହି ଚିହ୍ନ ଖସିବା କାରଣରୁ ହୋଇଛି ନା ଏହାର ଅନ୍ୟ କିଛି କାରଣ ଅଛି? ସେବେଠାରୁ ଶୋ’ର ଆୟୋଜକ ଓ ହୋଟେଲ କର୍ମଚାରୀମାନେ ସନ୍ଦେହ ଘେରକୁ ଆସିଛନ୍ତି । 

ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ ପରେ ସଚିନଙ୍କୁ ମିଳିବ ରାଜସ୍ଥାନର କମାଣ!

ଅଧିକ ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଡରାଇଲାଣି ମକ୍ସିପକ୍ସ, ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ; ନୂତନ ଗାଇଡଲାଇନ ଜାରି

ହୋଟେଲରେ ପହଞ୍ଚିବା ପରେ ବାନ୍ତି

6/7
ହୋଟେଲରେ ପହଞ୍ଚିବା ପରେ ବାନ୍ତି

ଲାଇଭ୍ ଶୋ' ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ କେକେ ହୋଟେଲକୁ ଫେରିଥିଲେ । ହୋଟେଲରେ ପହଞ୍ଚିବା ପରେ କେକେ ତଳକୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ସିଙ୍ଗର କେକେ ହୋଟେଲରେ ପହଞ୍ଚିବା ପରେ ମଧ୍ୟ ବାନ୍ତି କରିଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ କେକେ ଏପରି କ'ଣ ଖାଇଲେ କି ତାଙ୍କ ସ୍ୱାସ୍ଥ୍ୟକୁ ଖରାପ କରିଦେଲା ଓ ସେ ବାନ୍ତି କଲେ? ପୋଲିସ ଏ ବିଷୟରେ ହୋଟେଲର ସିଫ୍ଟ ମ୍ୟାନେଜରଙ୍କୁ ପଚରାଉଚରା କରିଛି । ପଚରାଉଚରା ବେଳେ କେକେ ହୋଟେଲକୁ କେଉଁ ସମୟରେ ଆସିଥିଲେ, ତାହା ​​ପୋଲିସ ଜାଣିବାକୁ ଚେଷ୍ଟା କରିଛି? ତାଙ୍କ ସହିତ କିଏ ଥିଲେ? ହୋଟେଲରେ ପହଞ୍ଚିବା ପରେ କେକେ କେଉଁ ପ୍ରକାର ଖାଦ୍ୟ ଖାଇଲେ? ଏସବୁ ପ୍ରଶ୍ନ ପଚରା ଯାଇଥିଲା ।

ଡାକ୍ତରଖାନା ବଦଳରେ ହୋଟେଲକୁ କାହିଁକି ନିଆଗଲା?

7/7
ଡାକ୍ତରଖାନା ବଦଳରେ ହୋଟେଲକୁ କାହିଁକି ନିଆଗଲା?

କେକେଙ୍କ ମୃତ୍ୟୁକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି ଯେ ଯେତେବେଳେ ଲାଇଭ୍ ଶୋ' ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଏଭଳି ପରିସ୍ଥିତିରେ ତାଙ୍କୁ ଡାକ୍ତରଖାନା ନିଆଯିବା ପରିବର୍ତ୍ତେ ହୋଟେଲକୁ କାହିଁକି ଅଣାଯାଇଥିଲା? ଏହା କୁହାଯାଉଛି ଯେ ଲାଇଭ୍ ଶୋ'ରେ ଗୀତ ଗାଇବାବେଳେ କେକେ ଅସହଜ ଅନୁଭବ କରୁଥିଲେ । ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ହୁଏତ କେକେ ଏହାକୁ ନେଇ କର୍ମଚାରୀ ଓ ଆୟୋଜକମାନଙ୍କୁ ଜଣାଇ ନଥିବେ । ଯଦି କେକେ ଅସହଜ ଅନୁଭବ କରୁଥିଲେ ତେବେ ତାଙ୍କୁ ଡାକ୍ତରଖାନା ବଦଳରେ ହୋଟେଲକୁ କାହିଁକି ଅଣାଯାଇଥିଲା? ସେପଟେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । 

ट्रेन्डिंग फोटोज़